Share this book with your friends

Mana Kathaa / ମନ କଥା

Author Name: Dr. Antarjeeta Nayak | Format: Paperback | Genre : Educational & Professional | Other Details
'ମନ କଥା' ଡ. ଅନ୍ତର୍ଜିତା ନାୟକଙ୍କର ପ୍ରଥମ ଓଡ଼ିଆ ବ୍ୟଙ୍ଗ ଓ ସମାଲୋଚନା ମୂଳକ ପ୍ରବନ୍ଧର ଏକ ସମାହାର I ଦୈନଦିନ ଜୀବନରେ ପ୍ରତ୍ୟକ୍ଷ କରୁଥିବା ଅନେକ ଘଟଣାରୁ ଉପାଦାନ ସଂଗ୍ରହ କରି କିଛି ତଥ୍ୟ, ସତ୍ୟ ଓ ଅନୁଭୂତି କୁ ମିଶାଇ ଏକ ସୁନ୍ଦର ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଲେଖିକା I ଏହିଭଳି କୋଡିଏଟି ସୁଖପାଠ୍ୟ କଥାର ସମାହାର "ମନ କଥା"I ସମାଜରେ ଦେଖା ଦେଉ ଥିବା ଆର୍ଥିକ ଏବଂ ସାମାଜିକ ବୈଷମ୍ୟ କୁ ଅତି ସହଜରେ ଗ୍ରହଣ କରିପାରୁ ନ ଥିବା, ଡ଼. ନାୟକ ଜଣେ ନିର୍ଭୀକ ତଥା ସ୍ପଷ୍ଟବାଦୀ ଲେଖିକା I ଏଥିରେ ଲେଖିକା ସମାଜ ରେ ଚାଲିଥିବା ଅନୈତିକ କାର୍ଯ୍ୟ କଳାପ, ଅବୈଜ୍ଞାନିକ ଚିନ୍ତାଧାରା ଏବଂ ଠକାମିର ମୁଖା ଖୋଲିବା ସହିତ କିପରି ଏ ପ୍ରକାର ମାନସିକତାରେ ପରିବର୍ତ୍ତନ ଅଣାଯାଇପାରିବ, ସେ ବିଷୟରେ ନିଜର ମତ ରଖିଛନ୍ତି I
Read More...
Paperback

Delivery

Item is available at

Enter pincode for exact delivery dates

Also Available On

ଡ. ଅନ୍ତର୍ଜିତା ନାୟକ

ଡ. ଅନ୍ତର୍ଜିତା ନାୟକ ପେଷା ରେ ଜଣେ ସମାଜ ବିଜ୍ଞାନୀ I ଜନ୍ମସ୍ଥାନ ରାଉରକେଲା ରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପରେ, ସେ ଯା’ନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ, ଅର୍ଥନୀତିରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ଲାଗି I ପୁନଃଶ୍ଚ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ରେ ଅର୍ଥନୀତିରେ ପି.ଏଚ୍.ଡି. ଲାଭ କରିବା ପରେ ଉଭୟ ଗବେଷଣା ଏବଂ ଶିକ୍ଷାଦାନ ରେ ବ୍ରତୀ ହୁଅନ୍ତି I ଲେଖାଲେଖି କରିବା ତାଙ୍କର ସଉକ I ପୂର୍ବରୁ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକା ରେ ତାଙ୍କର ଅନେକ ଲେଖା ଇଂରାଜୀରେ ପ୍ରକାଶିତ ହୋଇଛି I ସମାଜରେ ଦେଖା ଦେଉ ଥିବା ଆର୍ଥିକ ଏବଂ ସାମାଜିକ ବୈଷମ୍ୟ କୁ ଅତି ସହଜରେ ଗ୍ରହଣ କରିପାରୁ ନ ଥିବା, ଡ଼. ନାୟକ ଜଣେ ନିର୍ଭୀକ ତଥା ସ୍ପଷ୍ଟବାଦୀ ଲେଖିକା I
Read More...

Achievements

+3 more
View All